ଭାରତୀୟ ଦଳର ଦ୍ରୁତ ବୋଲର ଭୂବନେଶ୍ୱର କୁମାରଙ୍କ ଘରକୁ ଆସିଛି କୁନି ନୂଆ ଅତିଥି। ଭୁବନେଶ୍ବରଙ୍କ ପତ୍ନୀ ନୁପୁର ନାଗର ବୁଧବାର ଅର୍ଥାତ୍ ଆଜି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମଙ୍ଗଳବାର ଦିନ ନୁପୁରଙ୍କୁ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିବାହ ବାର୍ଷିକୀର ପରଦିନ ଭୁବନେଶ୍ଵର କୁମାରଙ୍କ ଘରକୁ ଆସିଛି ଖୁସି ଖବର। ଦୁହିଁଙ୍କର ଖୁସିର ପାଦ ତଳେ ଲାଗୁ ନାହିଁ। ଏହା ସହିତ ଚଳିତ ବର୍ଷ ପିତାଙ୍କ ମୃତ୍ୟୁରେ ଭବନେଶ୍ୱରଙ୍କ ପରିବାରକୁ ପୁଣି ଥରେ ଖୁସିର ଲହରୀ ଫେରି ଆସିଛି। ନିକଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭୁବନେଶ୍ୱର ଅଂଶଗ୍ରହଣ କରିଥିଲେ। ତେବେ MDCA କୋଷାଧ୍ୟକ୍ଷ ରାକେଶ ଗୋୟଲ କହିଛନ୍ତି ଯେ ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ୱର କୁମାରଙ୍କ ପତ୍ନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଭୁବନେଶ୍ୱର ନିଜ ପତ୍ନୀ ଏବଂ ଝିଅ ବର୍ତ୍ତମାନ ସୁସ୍ଥ ଅଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0