କେନ୍ଦ୍ର ସରକାର ଙ୍କ ଦୃର୍ବଳ ଅର୍ଥନୀତି ପରିଚାଳନା ଯୋଗୁ ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଉବା ତେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବୃଦ୍ଧି ଚାଲିଛି, ଯାହା ଫଳରେ ଗରିବ ନିରୀହ ଲୋକ ମାନେ ବହୁତ ଅସୁବିଧା ହେଉଛନ୍ତି, ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ସୋମବାର ଦିନ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକର ମହିଳାମୋର୍ଚା ଓ ଯୁବ ଛାତ୍ର ନେତା ମାନେ ମିଶି ଗଣିଆ ଡାକ ବଙ୍ଗଳା ଠାରୁ ଆରମ୍ଭ କରି ବିଶାଳ ଶୋଭାଯାତ୍ରା ବଜ଼ାର ପରିକ୍ରମା କରିଥିଲେ । ବ୍ଲକ ସମ୍ମୁଖୀନ ରେ ଗଣଧାରଣା ଦେବା ସହିତ ପ୍ରତିବାଦ ସଭା କରି କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ମୁଖ୍ୟଅତିଥି ଭାବେ ନୟାଗଇ ଜ଼ିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଓ ଅତିଥି ଭାବେ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶେଷଦେବ ସ୍ୱାଇଁ, ଉପସ୍ଥିତ ରହି ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଗଣିଆ ବ୍ଲକ ର ବିଡ଼ିଓ ଶ୍ରୀଯୁକ୍ତ ଶୁଭ୍ର ସିରିଏଲ ପଟେଇ କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ଗ୍ୟାସ ଟାଙ୍କି ଚୁଲା ଧରି ପ୍ରତିବାଦସଭା ବ୍ଲକ ସମ୍ମୁଖରେ କରିଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0