ଶାସନର ପ୍ରାୟ ସବୁକ୍ଷେତ୍ରରେ ବିଫଳ ହୋଇଥିବା ଦର୍ଶାଇ ଆଜି ‘ବିଜେପି’ ରାଜ୍ୟସଭା ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ମୋଦୀ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୋଦୀ ସରକାର ଅର୍ଥନୀତି ଏବଂ ସୀମା ସୁରକ୍ଷା କ୍ଷେତ୍ରରେ ବିଫଳ ହୋଇଛି। କେନ୍ଦ୍ର ସରକାରଙ୍କ ଆଫଗାନିସ୍ତାନ ସଙ୍କଟ ପରିଚାଳନାକୁ ମଧ୍ୟ ସେ ବିଫଳତା ବୋଲି କହିଛନ୍ତି। ମୋଦୀ ସରକାରଙ୍କ ବିଫଳତାର ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସ୍ବାମୀ ଆଜି ଟୁଇଟ୍ରେ ପୋଷ୍ଟ୍ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି ଅର୍ଥନୀତି- ଫେଲ୍ , ସୀମା ସୁରକ୍ଷା-ଫେଲ୍ , ବୈଦେଶିକ ନୀତି- ଆଫଗାନିସ୍ତାନ ବିଫଳତା , ଜାତୀୟ ନିରାପତ୍ତା- ପେଗାସସ୍ ଏନ୍ଏସ୍ଓ, ଅଭ୍ୟନ୍ତର ନିରାପତ୍ତା- କଶ୍ମୀର ହତାଶା ଦାୟୀ କିଏ? ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମମତା ବାନାର୍ଜୀ ବୁଧବାର ଦିନ ସୁବ୍ରମଣିୟାନ୍ ସ୍ବାମୀଙ୍କୁ ଭେଟିଥିଲେ। ନଭେମ୍ବର ୨୩ରେ ମଧ୍ୟ ସୁବ୍ରମଣିୟାନ୍ ସ୍ବାମୀ ସାମାଜିକ ଗଣମାଧ୍ୟମରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0