spot_img

ଆର୍ଯ୍ୟନ ଖାନ ବିରୋଧରେ ରଚା ଯାଇଥିଲା ଷଡଯନ୍ତ୍ର !

ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗତ କିଛି ଦିନ ହେବ ଚର୍ଚ୍ଚା ରେ ରହିଥିଲେ | ତାଙ୍କୁ ଦୀର୍ଘ 25 ଦିନ କାଳ ଜେଲ ରେ କାଟିବାକୁ ପଡିଥିଲା | ମୁମ୍ବାଇର କୄଜ ଡ୍ରଗ୍ସ ପାର୍ଟି ରେ ଏନସିବି ଚଢ଼ାଉ କରି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା | ଏହି ମାମଲାରେ ସାମ୍ନାକୁ ଆସିଥିଲେ ଏନସିବିର ଜୋନାଲ ନିର୍ଦେଶକ ସମୀର ୱାଙ୍ଖଡେ | ପ୍ରଥମ ଦିନରୁ ସେ ଆର୍ଯ୍ୟନ ଖାନ ଉପରକୁ ଆଙ୍ଗୁଳି ଉଠେଇ ଥିଲେ | ତାଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ଯୋଗାଇବାକୁ ପ୍ରସ୍ତୁତ ହୋଇଥିଲେ ସମୀର ୱାଙ୍ଖଡେ | କିନ୍ତୁ ଏସବୁ ଯେମିତି ଲାଗୁଚି ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ ସମୀର ୱାଙ୍ଖଡେ | ନିଜ ଜାଲରେ ଏବେ ନିଜେ ଫସିଯାଇଛନ୍ତି ଜୋନାଲ ନିର୍ଦେଶକ | ନବାବ ମଲିକ ବାରମ୍ବାର ଟାର୍ଗେଟ କରୁଛନ୍ତି ସମୀର ୱାଙ୍ଖଡେଙ୍କୁ | ବର୍ତ୍ତମାନ ସମୀର ୱାଙ୍ଖଡେଙ୍କୁ ପ୍ରମାଣ ଦେବାକୁ ପଡୁଛି ନିଜର ସତ୍ୟତାକୁ ନେଇ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular