ବୁଧବାର ଦିନ ଇଂଲିସ୍ ଚାନେଲ୍ରେ ବୋଟ୍ ବୁଡ଼ିଯିବା ହେତୁ ଇଂଲଣ୍ଡ୍ରେ ବାସ କରିବାକୁ ଯାଉଥିବା ଅନ୍ୟୂନ ୩୧ଜଣ ବିଦେଶୀଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସର ଗୃହମନ୍ତ୍ରୀ ଜେରାଲଡ୍ ଡାର୍ମାନିନ୍ କହିଛନ୍ତି, ବୋଟ୍ରେ ୩୪ଜଣ ବ୍ୟକ୍ତି ଥିଲେ ବୋଲି ଅନୁମାନ କରାଯାଉଛି। ବିପଜ୍ଜନକ ଜଳରାଶି ପାରି ହେବାରେ ଏଯାବତ୍ ଏହା ସବୁଠୁ ବଡ଼ ଦୁଃଖଦ ଦେଶାନ୍ତରଯାତ୍ରାକାଳୀନ ଦୁର୍ଘଟଣା। ଯୁଦ୍ଧ କିଂବା ଦାରିଦ୍ର୍ୟ କାରଣରୁ ଆଫଗାନିସ୍ତାନ, ସୁଦାନ, ଇରାକ୍, ଏରିଟ୍ରିଆ ଅଥବା ଅନ୍ୟାନ୍ୟ ଦେଶରୁ ବହୁସଂଖ୍ୟକ ବ୍ୟକ୍ତି ଇଂଲଣ୍ଡ୍ରେ ରାଜନୈତିକ ଶରଣ କିଂବା ଭଲ ରୋଜଗାର ସୁଯୋଗ ପାଇବା ଆଶାରେ ଫ୍ରାନ୍ସ୍ ତିଆରି ସମୁଦ୍ରଯାତ୍ରା ଅନୁପଯୋଗୀ କ୍ଷୁଦ୍ର ବୋଟ୍ରେ ବିପଜ୍ଜନକ ଯାତ୍ରା କରୁଛନ୍ତି। ଉଦ୍ଧାର ଅଭିଯାନ ତଦାରଖ କରୁଥିବା ଆଞ୍ଚଳିକ ସାମୁଦ୍ରିକ କର୍ତ୍ତୃପକ୍ଷ ପରେ କହିଛନ୍ତି, ୨୭ଜଣଙ୍କ ଶବ ଓ ଦୁଇଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୪ଜଣ ନିଖୋଜ ଅଛନ୍ତି। ସେମାନେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0