ଭାରତରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ହୋଇଥିବା ୫ମ ପର୍ଯ୍ୟାୟ ‘ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ’ରୁ (ଏନ୍ଏଫ୍ଏଚ୍ଏସ୍) ଜଣାପଡ଼ିଛି। ଏବେ ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ‘ଜାତୀୟ ସ୍ବାସ୍ଥ୍ୟ ମିସନ୍’ର ‘ମିସନ୍’ ନିର୍ଦେଶକ ବିକାଶ ଶୀଲ୍ କହିଛନ୍ତି, ବୃଦ୍ଧି ପାଇଥିବା ଲିଙ୍ଗଗତ ଅନୁପାତ ଏବଂ ଜନ୍ମ ସମୟର ଲିଙ୍ଗଗତ ଅନୁପାତ ମଧ୍ୟ ଉଲ୍ଲେଖନୀୟ କୃତ୍ବିତ୍ବ। ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରିଥିବା ଉପରୋକ୍ତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଆଉ ଭାରତକୁ ‘ନିରୁଦ୍ଦିଷ୍ଟ ମହିଳା’ ଦେଶ କୁହାଯିବ ନାହିଁ। ୧୯୯୦ରେ ‘ନ୍ୟୁୟର୍କ ରିଭ୍ୟୁ ଅଫ୍ ବୁକ୍ସ୍’ରେ ପ୍ରକାଶିତ ଏକ ପ୍ରବନ୍ଧରେ ନୋବେଲ୍ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପ୍ରଥମ ଥର ପାଇଁ ‘ନିରୁଦ୍ଦିଷ୍ଟ ମହିଳା’ ଶବ୍ଦ ବ୍ୟବହାର କରିଥିଲେ। ସେତେବେଳେ ଭାରତରେ ପ୍ରତି ୧୦୦୦ଜଣ ପୁରୁଷରେ ୯୨୭ ମହିଳା ଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0