ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କସାବକୁ ସହାୟତା କରିଥିଲେ ପଳାତକ ପରମବୀର ସିଂହ। ଏପରିକି ସେ ତା’ର ଫୋନ୍ ମଧ୍ୟ ଲୁଚାଇ ଦେଇଥିଲେ। ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୁମ୍ବାଇ ପୁଲିସର ଅବସରପ୍ରାପ୍ତ ଏସିପି ସମଶେର ଖାନ୍ ପଠାନ୍। କେବଳ କସାବ ନୁହେଁ ଅନ୍ୟ ଆତଙ୍କବାଦୀ ଏବଂ ତାଙ୍କର ହ୍ୟାଣ୍ଡେଲର୍ସଙ୍କୁ ମଧ୍ୟ ପରମୀର ସାହାଯ୍ୟ କରିଥିଲେ। ପାରମବୀର ଅନେକ ମାମଲାରେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଠାନ ମୁମ୍ବାଇର ବର୍ତ୍ତମାନର ପୁଲିସ କମିଶନରଙ୍କ ନିକଟଙ୍କୁ ଏନେଇ ଚାରି ପୃଷ୍ଠାର ଅଭିଯୋଗ ପତ୍ର ପଠାଇ ତଦନ୍ତ ଦାବି କରିଛନ୍ତି। ୨୦୦୭ରୁ ୨୦୧୧ ମଧ୍ୟରେ ପାଇଧୁନି ପୁଲିସ ଷ୍ଟେସନରେ ସମଶେରଙ୍କ ବରିଷ୍ଟ ପୁଲିସ ଅଫିସର ଭାବେ ପୋଷ୍ଟିଂ ହୋଇଥିଲା। ତାଙ୍କ ବ୍ୟାଚ୍ମେଣ୍ଟ୍ ଏନ୍ଆର୍ ମାଲିଙ୍କୁ ସିନିଅର ପୁଲିସ ଭାବେ ଡିବି ମାର୍ଗ ପୁଲିସ ଷ୍ଟେସନରେ ପୋଷ୍ଟିଂ ମିଳିଥିଲା। ଏହି ଦୁଇଟି ପୁଲିସ ଥାନା ମୁମ୍ବାଇ-୨ ଜୋନ୍ରେ ଆସୁଥିଲା। ୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀ ଅଜମଲ କସାବଙ୍କୁ ସାହାଯ୍ୟ କରିଥିଲେ ପରବୀର ସିଂହ। ସେ କସାବ ଠାରୁ ମିଳିଥିବା ଫୋନକୁ ତାଙ୍କ ପାଖରେ ରଖିଥିଲେ ଏବଂ ଏହାକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦେଇ ନ ଥିଲେ। ଏହି ଫୋନ୍ ମାଧ୍ୟମରେ କସାବ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ମାଷ୍ଟରଙ୍କଠାରୁ ନିର୍ଦ୍ଦେଶ ନେଉଥିଲେ ବୋଲି ଏହି ମୁମ୍ବାଇ ପୁଲିସର ପୂର୍ବତନ ଏସିପି ସମଶେର ଅଭିଯୋଗ କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0