spot_img

ନିଜ ଝିଅଙ୍କୁ ବିକୁଛନ୍ତି ଆଫଗାନ ବାସୀ

ଆଫଗାନିସ୍ତାନର ପରିସ୍ଥିତି ଆହୁରି ଅନେକ କଠୋର ହେଇଯାଉଛି | ତାଲିବାନ ଶାସନ ଆଉ ଭୁଷୁଡ଼ି ପଡିଥିବା ଅର୍ଥ ବ୍ୟବସ୍ଥା ଯୋଗୁଁ ଆଫଗାନିସ୍ତାନରେ ଗରିବ ଲୋକଙ୍କ ପରିସ୍ଥିତି ଦୟନୀୟ ହୋଇ ପଡିଛି | ଅଗଷ୍ଟ 15 ରେ ତାଲିବାନ ଆଫଗାନିସ୍ତାନ ଉପରେ ଶାସନ କରିବା ଆରମ୍ଭ କରିଛନ୍ତି | 100 ଦିନ ପୂରା ହେବା ସତ୍ୱେ ବଦଳିନି ଆଫଗାନର ଚିତ୍ର | ପରିସ୍ଥିତି ଏଭଳି ସାଙ୍ଘାତିକ ହେଉଛି ଯେ ନିଜ ଝିଅଙ୍କୁ ବିକୁଛନ୍ତି ଆଫଗାନ ବାସୀ | କୁହାଯାଉଛି କି ଆଗାମୀ ଦିନରେ ଆଫଗାନିସ୍ତାନରେ ବାଲ୍ୟ ବିବାହ ବଢିବ | ଆଫଗାନର ଜଣେ ମଜୁରିଆ କହିଛନ୍ତି ସେ ତାଙ୍କ 13 ଆଉ 15 ବର୍ଷୀୟ ଝିଅକୁ ବିକି ଦେଇଛନ୍ତି | ସେ ଆହୁରି କହିଛନ୍ତି ପରିସ୍ଥିତିରେ ଯଦି ସୁଧାର ନ ହେବ ତେବେ ସେ ତାଙ୍କ 7 ବର୍ଷୀୟ ଝିଅକୁ ବିକିବେ | ଯାହା ତାଙ୍କ ପରିବାର ପାଇଁ ସେ କରୁଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular