spot_img

ମୁଁ ସମଲିଙ୍ଗୀ ନୁହେଁ : ନିଖିଲ୍ ଜୈନ

ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ମଧ୍ୟରେ କିଛି ଅଛପା ନାହିଁ। ଅଲଗା ହେବା ପରେ ଦୁହେଁ ନିଜ ନିଜ ପଥରେ ଆଗେଇ ଚାଲିଛନ୍ତି । ୨୦୧୯ରେ ସେମାନଙ୍କର ବିବାହ ଚର୍ଚ୍ଚାରେ ରହିଥିବା ବେଳେ ବିବାହର ଏକ ବର୍ଷ ପରେ ଦୁହିଁଙ୍କ ଦୂରତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିକଟରେ କୋଲକାତାର ଏକ କୋର୍ଟ ଦ୍ୱାରା ଉଭୟଙ୍କ ବିବାହକୁ ଅବୈଧ ଘୋଷଣା କରାଯାଇଛି। ହେଲେ ବର୍ତ୍ତମାନ ମାସେ ପରେ ନିଖିଲ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି । ନୁସରତ ଅଲଗା ହେବା ପରେ ନିଖିଲଙ୍କ ଉପରେ ସମଲିଙ୍ଗୀର ଅଭିଯୋଗ ଆଣିଥିଲେ । ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଉପରେ ମୁହଁ ଖୋଲି ଥିଲେ କହିଥିଲେ କି ତାଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗ ଭୁଲ ବୋଲି ଅଟେ । ପ୍ରଥମେ ସେ କହିଛନ୍ତି କି ମୁଁ ସମଲିଙ୍ଗୀ ନୁହେଁ। ଏହି ସମୟରେ ସେ ସ୍ବୀକାର କରି କହିଛନ୍ତି କି ସେ ଏବେ ବି ତାଙ୍କ ପୂର୍ବ ପତ୍ନୀ ନୁସରତଙ୍କୁ ଭଲ ପାଆନ୍ତି। ନିଖିଲ ଜୈନଙ୍କ ସହ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ନୁସରତ ଅଲଗା ହୋଇଯାଇଥିଲେ । ଯେତେବେଳେ ସେ ଅଲଗା ହୋଇଥିଲେ ସେ ସମୟରେ ସେ ମା ହେବାକୁ ଯାଉଥିଲେ। ନିଖିଲଙ୍କ ସହ ଏହି ବିବାହ ଗ୍ରହଣ କରିବାକୁ ନୁସରତ ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular