spot_img

ୟୁପି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମହାପୁରୁଷଙ୍କ ଜୟନ୍ତୀ ଓ ଶିବରାତ୍ରିରେ ହେବ ନାହିଁ ମାଂସ ବିକ୍ରି

ଉତ୍ତର ପ୍ରଦେଶ ସରକାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହାପୁରୁଷଙ୍କ ଜୟନ୍ତୀ ଓ ଶିବରାତ୍ରିରେ ସ୍ଲଟର ହାଉସ ଏବଂ ମାଂସ ଦୋକାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ଏହି କ୍ରମରେ ନଭେମ୍ବର ୨୫ ତାରିଖରେ ସିନ୍ଧି ସମାଜର ସନ୍ଥ ଟିଏଲ ବାସୱାନିଙ୍କ ଜୟନ୍ତୀ ଅବସରରେ ରାଜ୍ୟରେ ସ୍ଲଟର ହାଉସ ଓ ମାଂସ ଦୋକାନ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ନଗର ବିକାଶ ବିଭାଗର ଉପରିସ୍ଥ ମୁଖ୍ୟ ସଚିବ ରଜନୀଶ ଦୁବେ ଏ ସମ୍ବନ୍ଧରେ ସବୁ ଜିଲ୍ଲାର ମଣ୍ଡଳ ଆୟୁକ୍ତ ଓ ଜିଲ୍ଲା ଅଧିକାରୀଙ୍କୁ ଆଦେଶ ଜାରି କରି ଏହି ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାରି ହୋଇଥିବା ଆଦେଶରେ ରଜନୀଶ ଦୁବେ କହିଛନ୍ତି ଯେ ୨୫ ତାରିଖ, ଗୁରୁବାର ଟିଏଲ ବାସୱାନିଙ୍କ ଜୟନ୍ତୀ। ସମସ୍ତ ସ୍ଲଟର ହାଉସ ଓ ମାଂସ ଦୋକାନ ବନ୍ଦ ରଖାଯିବ। ନିର୍ଦ୍ଦେଶ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଅଧିକାରୀ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular