ଆସନ୍ତୁ ଜାଣିବା କ’ଣ ରହିଚି ଖଜୁରୀର ଉପକାରିତା ।
ଡ୍ରାୟ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଏଥିରେ ଭିଟାମିନ ଇ, ଭିଟାମିନ ବି ଓ କ୍ୟାଲସିୟମ ରହିଥାଏ । ଏହା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତ କରିବାରେ ସହାୟକ ହୁଏ ।
ଏହାକୁ ଶୀତ ଦିନରେ କ୍ଷୀରରେ ମିଶାଇ ପିଇଲେ ଅନେକ ଉପକାର ହୋଇଥାଏ । ଏହାକୁ ଗରମ କ୍ଷୀରରେ ପିଇବା ଫଳରେ ଶରୀରକୁ ଶକ୍ତି ମିଳିଥାଏ । ମଧୁମେୟ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ । ନିୟମିତଭାବେ ୬ମାସ ଏହାକୁ ସେବନକଲେ ମଧୁମେହରୋଗ ନିୟନ୍ତ୍ରଣ ହୋଇଥାଏ । ଏହାକୁ କ୍ଷୀରରେ ସିଝାଇ ଖାଇଲେ ବିଭିନ୍ନ ଶ୍ୱାସ ସମ୍ବଧିୟ ରୋଗ ନିୟନ୍ତ୍ରଣ ହୋଇଥାଏ । ପ୍ରତିଦିନ ୪ଟି ଖଜୁରୀ କ୍ଷୀରରେ ସିଝାଇ ପିଇଲେ ହୃଦଘାତ ପରି ସମସ୍ୟାରୁ ଉପଶମ ମିଳିଥାଏ । ପିଲାମାନେ ଶଯ୍ୟାରେ ପରିସ୍ରା କରୁଥିବା ଭଳି ଅଭ୍ୟାସ ଥିଲେ ଖଜୁରି ସେବନ କଲେ ଏହି ଅଭ୍ୟାସ ଛଡ଼ାଇବାରେ ସହାୟକ ହୁଏ ।ଦାନ୍ତ ମାଢିରୁ ରକ୍ତ ବାହାରୁ ଥିଲେ ଖଜୁରୀକୁ ଗରମ କ୍ଷୀରରେ ପକାଇ ପିିଇଲେ ଉପଶମ ମିଳିଥାଏ । ମହିଳାମାନଙ୍କର ମାସିକ ଋ୍ତୁ ସ୍ରାବ ସମୟରେ ପେଟ ଯନ୍ତ୍ରଣା ଜନିତ ସମସ୍ୟା ହେଉଥିଲେ ଗରମ କ୍ଷୀରରେ ପିଇବା ଦ୍ୱାରା ଯନ୍ତ୍ରଣାରୁ ରକ୍ଷା ମିଳିଥାଏ ।
ସାଧାରଣତଃ ବୟସ ହେବା ସହିତ ଅନେକ ଲୋକମାନଙ୍କର ଆଣ୍ଠୁ ଓ ଅଣ୍ଟା ବିନ୍ଧା ପରି ସମସ୍ୟା ଦେଖାଦେଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଦୁଇ ଗ୍ଳାସ ପାଣିରେ ୪ଟି ଖଜୂରୀ ଓ ଅଧ ଚାମଚ ମେଥି ପକାଇ ସିଝାନ୍ତୁ । ପାଣି ଅଧା ହୋଇଗଲେ ଆଞ୍ଚରୁ କାଢ଼ିନିଅନ୍ତୁ । ପରେ ଏହାକୁ ସାମାନ୍ୟ ଉଷୁମ୍ ଥିବା ଅବସ୍ଥାରେ ସେବନ କରନ୍ତୁ । ଏହି ପାଣି ପିଇବା ଦ୍ୱାରା ଆଣ୍ଣ୍ଠୁ ଗଣ୍ଠି ଜନ୍ତ୍ରଣା ଜନିତ ବିଭିନ୍ନ କଷ୍ଟରୁ ଲାଘବ ମିଳିଥାଏ । ଏହା ବ୍ୟତ୍ତିତ ଖଜୁରି ସେବନ ଆଖି ପାଇଁ ଖୂବ ଉପକାରି ହୋଇଥାଏ । ଏଥିରେ ଥିବା ଭିଟାମିନ ଏ ଆଖିର ଦୃଷ୍ଟିଶକ୍ତିକୁ ବଢାଇବାରେ ସହାୟକ ହୁଏ । ଖଜୁରୀ ସେବନକଲେ ଶରୀରରେ ଥିବା କୋଲଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ହେବାରେ ସହାୟକ ହୁଏ ।