କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଦୁଇ ରାଜ୍ୟର ସ୍ବାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଠି କାମ କରିବାକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଥିବା ଏଥିରେ ଉଲ୍ଲେଖ ରହିଛି। ଦସ୍ତାବିଜ୍ରେ ମଧ୍ୟ ଦୁଇ ମୁଖ୍ୟମନ୍ତ୍ରୀ ଜାରି କରିଥିବା ମିଳିତ ବିବୃତିକୁ ସଂଲଗ୍ନ କରାଯାଇଛି। କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବାକୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ। ଯାହା ଫଳରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ମାମଲାର ଶୁଣାଣି ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅତିରିକ୍ତ ଦସ୍ତାବିଜ୍ ଦାଖଲ କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0