ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ପଂଜାବ ଏବଂ ହରିୟାଣାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି। ଆସନ୍ତାକାଲି ଚାଷୀ ଆନ୍ଦୋଳନକୁ ବର୍ଷେ ପୂରୁଥିବାରୁ ଆନ୍ଦୋଳନରତ ଚାଷୀମାନେ ମହାପଞ୍ଚାୟତ କରିବେ। ତିନି କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ ଘୋଷଣା କରିବା ଏବଂ ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ଏହି ଆଇନ ଉଚ୍ଛେଦ ପାଇଁ ବିଲ୍କୁ ମଂଜୁରି ମିଳିବା ପରେ ମଧ୍ୟ ଚାଷୀ ନେତାମାନେ ସରକାରଙ୍କୁ ବିଶ୍ବାସକୁ ନେଇନାହାନ୍ତି। ସଂସଦରେ ଆଇନ ପ୍ରତ୍ୟାହାର ନେଇ ବିଲ୍ ଆସିବା ପୂର୍ବରୁ ସରକାର ଏ ବାବଦ ସମସ୍ତ ରଣନୀତି ଚୂଡ଼ାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସିଂଘୁ ଏବଂ ଟିକରି ସୀମାରେ ଅଧିକରୁ ଅଧିକ ସଂଖ୍ୟାରେ ଚାଷୀ ରୁଣ୍ଡ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି। ମହାପଞ୍ଚାୟତରେ ଯୋଗ ଦେବାପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀ ସୀମାରେ ସମବେତ ହେଉଛନ୍ତି। ଆସନ୍ତାକାଲିର ମହାପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0