spot_img

ଚହଲଙ୍କ ପତ୍ନୀଙ୍କ ଠାରୁ ବିରାଟ ଶିଖିଲେ ନାଚ

ଟିମ୍‌ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଧର୍ମପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ତାଙ୍କୁ ସବୁବେଳେ ନାଚ ସହିତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଯେଉଁଥି ପାଇଁ ସେ ଖୁବ୍‌ ଭାଇରାଲ ହୋଇଥାନ୍ତି । ଏହରି ମଧ୍ୟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ଏବେ ଧନଶ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି। ଆଇପିଏଲର ଆରସିବି ଟିମ ଏକ ଭିଡିଓ ସେୟାର କରିଛି। ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ନାଚ ଶିଖାଉଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ହୁକ ଷ୍ଟେପ ଶିଖାଇବାରେ ସାହାଯ୍ୟ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କ୍ଲିପ ପଛରେ ଆରସିବି ସେୟାର କରିଛି। ଧନଶ୍ରୀ କିପରି ବିରାଟଙ୍କୁ ଏହି ଷ୍ଟେପ୍ ଶିଖାଇଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ, ଏବି ଡି ଭିଲିୟର୍ସ, ଦେବଦତ୍ତ ପଡିକଲ, ଗ୍ଲେନ ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular