spot_img

ରୋଗୀଙ୍କୁ ଖଟିଆରେ ୧ କିମି ପର୍ଯ୍ୟନ୍ତ ନିଆଗଲା

ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲାନି । ଶେଷରେ ଜଣେ ରୋଗୀଙ୍କୁ ଖଟିଆରେ ୧ କିମି ପର୍ଯ୍ୟନ୍ତ ନିଆଗଲା । ଏମିତି ଘଟଣା ବାଲେଶ୍ବର ଜିଲ୍ଲା , ସିଂଲା ଥାନା ଉଷାଫଳ ପଞ୍ଚାୟତ ଘିମ୍ହାଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି । ଗତ କାଲି ଗ୍ରାମର ଠୁମୁ ବାସ୍କେ କ ସ୍ତ୍ରୀ କର୍ମୀ ବାସ୍କେ।୬୫ ) ଙ୍କର ହଠାତ ଦେହ ଖରାପ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ମାତ୍ର ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାସ ଆସି କସାଫଳ ଗାଁ ପଣ୍ଡା ଛକ ରେ ଅଟକି ରହିଥିଲା । ଖବର ପାଇ ରୋଗୀଙ୍କୁ ଗାଁ ଠୁ ଦୂର ପଣ୍ଡା ଛକ ଯାଏ ୧ କିମି ଖଟିଆରେ ଗ୍ରାମବାସୀ ବୋହି ଆଣିଥିଲେ । ସୂଚନା ଅନୁସାରେ , ଏହି ଆଦିବାସୀ ବହୁଳ ଘିମ୍ହା ଗଡ଼ିଆ ଗାଁ ସହିତ ବାରମଣିଆ ଗାଁରେ ପାଞ୍ଚ ସହରୁ ଅଧିକ ଲୋକ ବାସ କରନ୍ତି । ଯାତାୟତ ପାଇଁ ଗୋଟିଏ ରାସ୍ତା।ବାରମ୍ବାର ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ,ଓ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଦାବୀ କିରିଆସୁଥିଲେ ହେଁ ଏଯାଏ ସୁଫଳ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular