ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଥିବାର ଖବର ମିଳିଛି। ଟାଟାରେ ଚାକିରୀ ସ୍କାମ ଘଟଣାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଥିଲେ। ପୂର୍ବରୁ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଇଡି ପଚାରଉଚରା କରିଥିଲା। ଏପରିକି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଠକ ବି ହଜାର ହୋଇଥିଲେ। ଆଜି ପ୍ରଦୀପ ହୋଇଛନ୍ତି। ଝାରପଡ଼ା ଜେଲରେ ଆକାଶଙ୍କୁ ଜେରା କରିଥିଲା ଇଡି। ଆକାଶ ଦେଇଥିବା ତଥ୍ୟ ଆଧାରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଆଜି ଜେରା କରିବ ବୋଲି କୁହାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0