ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ତା ଆଗରୁ ଆଜି ବସିଛି ଆଜି ସର୍ବଦଳୀୟ ବୈଠକ। ଏଥିରେ ୩୧ ଟି ରାଜନୈତିକ ଦଳ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇନାହାନ୍ତି। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକରେ ଅନେକ ପରାମର୍ଶ ଆସିଛି, ନିୟମ ଅନୁଯାୟୀ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ବୈଠକରେ ଏମ୍ଏସ୍ପି ଏବଂ ପ୍ରାଣ ହରାଇଥିବା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି । ସର୍ବଦଳୀୟ ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ବୈଠକରେ ତୈଳଦର, ଏମ୍ଏସ୍ପି, ପେଗାସସ୍, କୋଭିଡ୍ ସ୍ଥିତି ଏବଂ ମହିଳା ଆରକ୍ଷଣ ବିଲ୍ ଭଳି ୧୦ଟି ପ୍ରସଙ୍ଗ ଉଠାଇଥିଲା । ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଣିବେ ସରକାର। ଏହା ସହ ଅଧିବେଶନରେ ୨୬ ଟି ଅନ୍ୟ ବିଲ ମଧ୍ୟ ଆସିବ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0