ମାଣିଆବନ୍ଧ ଫାଣ୍ଡି ଅଧିନ ବିଧାରପୁର କଲେଜ ସାମ୍ନାରୁ ଡିକି ଖୋଲି ୮୨ହଜାର ଟଙ୍କା ଲୁଟିଲା ଦୁର୍ବୁତ୍ତ । ସିସି ଟିଭିରେ କଏଦ ହେଲା ଚିତ୍ର। ସୂଚନା ମୁତାବକ ହରିଶ୍ଚଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ପ୍ରାପ୍ତ ଟଙ୍କା ବଣ୍ଟନ ନିମନ୍ତେ ବଡମ୍ବା ଷ୍ଟେଟ ବ୍ୟାଙ୍କ ରୁ ୮୨ହଜାର ଟଙ୍କା ଯୋଡୁମୁଁର ଗ୍ରାମ ରୋଜଗାର ସେବକ ଶ୍ରୀଯୁକ୍ତ ସୁସାନ୍ତ କୁମାର ମଲ୍ଲିକ ଡିକିରେ ରଖିଥିଲେ। ବାଇକ ରଖି ସେ କଲେଜ ଭିତରକୁ ଯାଇଥିବା ବେଳେ ତାଙ୍କର ଡିକି ଖୋଲି କେହିଜଣେ ଦୁର୍ବୁତ୍ତ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ଏନେଇ ମାଣିଆ ବନ୍ଧ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ ହୋଇଥିବା ଫାଣ୍ଡି ଅଧିକାରୀ ପ୍ରଭାକର ରାଉତ ସୂଚନା ଦେଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0