spot_img

ୱୁହାନ୍ ପରେ ଦୁନିଆକୁ ଭୟଭିତ କରିଛି ନୂଆ ସହର

ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରୋନାର ମ୍ୟୁଟାଣ୍ଟ ଓମ୍ରିକନ । ପ୍ରଥମେ ଏହା ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ହେଲେ ଏବେ ଏହି ସହର ହଟସ୍ପଟ ପାଲଟିଯିବାକୁ ବସିଲାଣି । ଦକ୍ଷିଣ ଆଫ୍ରିକାର ସ୍କ୍ୱାନେ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏହାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଉଛି । ଏଠାରେ ଅନେକ ଛାତ୍ର ସଂକ୍ରମିତ ହେବା ପରେ ଏହି ବିଶ୍ୱବିଦ୍ୟାଳୟରେ ଅନେକ ପରୀକ୍ଷା ବାତିଲ କରାଯାଇଥିଲା । ଜୋହାନ୍ସବର୍ଗର ଗୌତେଙ୍ଗ ପ୍ରଦେଶରେ ୯୦% ସଂକ୍ରମିତ । ଯାହା ଓମିକ୍ରନ୍ ର ନୂତନ କେନ୍ଦ୍ରରେ ପରିଣତ ହୋଇଛି । ସୂଚନା ଥାଉକି, ଯେ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୮ ରୁ ୩୪ ବର୍ଷ ବୟସ ମଧ୍ୟରେ କେବଳ ୨୨ ପ୍ରତିଶତ ଯୁବକ କରୋନା ଟିକା ନେଇଛନ୍ତି । ଟିକା ନେଇଥିବା ଛାତ୍ର ମଙ୍କୁବା ଜିତା କହିଛନ୍ତି ଯେ ସେ ଅନେକ ସହକର୍ମୀଙ୍କୁ ସେ ଟିକା ନେବାକୁ ଉତ୍ସାହିତ କରୁଛନ୍ତି । WHO ଏହି ନୂତନ ପ୍ରକାରକୁ ଯଥେଷ୍ଟ ପ୍ରସାରଣଯୋଗ୍ୟ ବୋଲି ବର୍ଣ୍ଣନା କରିଛି । ତଥାପି, ଏହା ସହିତ ଜଡିତ ବିପଦ ବିଷୟରେ ସୂଚନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular