spot_img

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

ନିଘୋଡ ନିଦ୍ରାରେ ଆର ଆଣ୍ଡ ବି ଅଧିକାରୀ, ପ୍ରିୟା ପ୍ରିତିରେ ଚାଲିଛି ପୁର୍ତ୍ତ ବିଭାଗ , ଗେଲ୍ହା ପୁଅ ସାଜିଛନ୍ତି ଠିକାଦାର, ରାସ୍ତା ନେଉଛି ଶହ ଶହ ଜୀବନ,କାହିଁକି ନିଘା ନାହିଁ ଯନ୍ତ୍ରୀ ତନ୍ତ୍ରୀ ଓ ବିଧାୟକଙ୍କର ।
ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ବନ୍ଦାଳ ଠାରୁ ଏଣ୍ଡରପଦା ରାସ୍ତା ନିର୍ମାଣ କଥା ।ଯାହାକି ୨୦୧୮ ମସିହାରେ ୪କୋଟିରୁ ଉର୍ଦ୍ଧ ଟଙ୍କା ଏବଂ ୫କିମି ୩୦୦ମିଟର ବ୍ୟାପି ରାସ୍ତାକୁ ବଡଚଣା ବିଧାୟକଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ବା ଶୁଭ ଉଦ୍ଘାଟନ କରାଯାଇଥିଲା ।ଏହା ଭିତରେ କାମକୁ ତିନି ବର୍ଷ ବିତି ଯାଇଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ହେବାର ନାଁ ଧରୁନି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଦୁଇଟି ଜିଲ୍ଲା ଯାଜପୁର ଓ ଢେଙ୍କାନାଳର ଲୋକ ଦୈନ ଦିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଠିକାଦାର ରାସ୍ତା ମରାମତି ନାଁରେ ଦୀର୍ଘ ଦିନ ହେବ ରାସ୍ତାକୁ ଖୋଳି କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ଯେ କାହାର ବି ଖୋଜ ଖବର ନାହିଁ ।
ରାଜ୍ୟରେ ଚାଲିଥିବା ବାଇଶି ବର୍ଷର ଚାଟୁକାର ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ନେଇ ଆତ୍ମ ବଢିମା ଦେଖାଉଥିବା ବେଳେ ବଡଚଣାରେ ମୁହଁ ମାଡି ପଡିଛି ବିକାଶ ।ସବୁଠାରୁ ବଡ଼ କଥା ହେଲା ଏହି ରାସ୍ତା ନିର୍ମାଣରେ ଠିକାଦାର ଧୂଳି ଛିଞ୍ଚି ମିଛ ଚିଠାରେ କୋଟି କୋଟି ଟଙ୍କା ହରି ଲୁଟ କରୁଥିବା ବେଳେ କାହିଁକି ବିଧାୟକ ଓ ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ।ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ମନାକରିଦେଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular