କରୋନାର ଏହି ନୂଆ ପ୍ରଜାତି ‘ଓମିକ୍ରନ୍’କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଆଜି ବିଶ୍ବକୁ ସତର୍କ କରାଇଛି। ‘ଓମିକ୍ରନ୍’ ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହା ଖୁବ୍ କ୍ଷୀପ୍ର ଗତିରେ ବ୍ୟାପୁଛି। ଏହାଦ୍ବାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ହୁ କହିଛି। ଓମିକ୍ରନ୍ ଅନେକ ଥର ରୂପାନ୍ତରିତ ହେଉଥିବାରୁ ଏହା ସଂକ୍ରମଣ ବିପଦ ବଢ଼ାଇବ। ଓମିକ୍ରନ୍ ଯୋଗୁଁ ଯଦି ପୁଣି ଏକ ବଡ଼ କରୋନା ଲହର ଆସେ ତେବେ ପରିଣାମ ଅତି ଭୟଙ୍କର ହେବ ବୋଲି ‘ହୁ’ ଚେତାଇ ଦେଇଛି। ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0