spot_img

ଇସ୍ତାନବୁଲରେ ଝଡ଼ତୋଫାନ : ୪ ମୃତ

ତୁର୍କୀର ବୃହତ୍ତମ ସହର ଇସ୍ତାନବୁଲରେ ଏକ ଶକ୍ତିଶାଳୀ ଦକ୍ଷିଣ-ପଶ୍ଚିମରେ ପ୍ରବଳ ଝଡ଼ ତୋଫାନ । ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୯ରୁ ଅଧିକ ଗୁରୁତର ହୋଇଛନ୍ତି । ଇସ୍ତାନବୁଲର ରାଜ୍ୟପାଳ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ଅତି କମରେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ଅଛନ୍ତି । ରିପୋର୍ଟ କରିଛି ସହରର ୟୁରୋପୀୟ ଅଂଶର ଏସେନ୍ୟୁର୍ଟ ଜିଲ୍ଲାର ଭଙ୍ଗା ଛାତ ତଳେ ଫସି ରହିବା ପରେ ଅତି କମରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ରାଜପଥରେ ଯାତ୍ରା କରୁଥିବା ଟ୍ରକ୍ ଓଲଟି ପଡିଛି, ୧୩୦ କିଲୋମିଟର ବେଗରେ ପ୍ରବଳ ବୋହିଥିବା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular