ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶରଙ୍କ ମିଶ୍ରଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ ବୋଲି ଧମକ ଦେଉଥିବା ବେଳେ ସୌମ୍ୟ ଆଜି ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ। ଏହାର ଜବାବରେ ବିରୋଧୀଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସୌମ୍ୟ ବୋଧ ହୁଏ ଥାର୍ଡ ଫ୍ଲୋର ଦ୍ୱାରା ମ୍ୟାନେଜ ହୋଇ ଯାଇଛନ୍ତି। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ବିରୋଧୀଙ୍କ ରଣ ହୁଙ୍କାର ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେମାନେ କଣ ବିଧାନସଭାର ମାଲିକ ଯେ ମନ୍ତ୍ରୀଙ୍କୁ ପୂରାଇ ଦେବେନାହିଁ। ବିଧାନସଭା ଯଦି କାହାର ବ୍ୟକ୍ତିଗତ ସମ୍ପତ୍ତି ହୋଇଥାଆନ୍ତା, ତାହାହେଲେ କିଏ ବସିବ ବା କିଏ ନବସିବ ସେଥିପାଇଁ ସେମାନେ ଅନୁମତି ଦେବେ। ଶାସକ ଦଳ ସବୁବେଳେ ମୁକାବିଲା କରିଆସିଛି। କିନ୍ତୁ ବାଚସ୍ପତି ମହୋଦୟ ସର୍ବଭାରତୀୟ ସଭାରେ ଯୋଗଦେଇ ଯାହା କହିଛନ୍ତି ବା ଜାତୀୟ ସ୍ତରରେ ଯାହା ନିଷ୍ପତ୍ତି ନିଆଯାଇଛି, ସେହି ଅନୁସାରେ ଗୃହ ଚାଲୁ। ବିଧାନସଭା ଚଲାଇବାରେ ବିରୋଧୀ ଓ ଶାସକ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଚସ୍ପତିଙ୍କୁ ସମସ୍ତେ ସହଯୋଗ କଲେ ବିଧାନସଭାରେ ଆଲୋଚନା ଫଳପ୍ରଦ ଓ ପ୍ରାସଙ୍ଗିକ ହେବ। ଏଥରର ବିଧାନସଭା ଗତଥର ଅପେକ୍ଷା ଭିନ୍ନ ହେବ ଏବଂ ଶୃଙ୍ଖଳିତ ହେବ।”



Visitors Today : 4
Total Visitors : 130422
Total Views : 9891952
Visitors Online Now : 0