spot_img

ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଚପଲ ମାଡ

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଙ୍କୁ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ । କି’ଏ ହାତରେ … ତ’ କି’ଏ ଗୋଡରେ … ପୁଣି କ’ଏ ଚପଲରେ ମୁହଁକୁ ମୁହଁକୁ ଖୋବି ଦେଉଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ନିକଟରେ । ମାଡ ଖାଉଥିବା ଏ ବାବୁ ହେଉଛନ୍ତି ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଜୟ କୁମାର ସାହୁ । ଜଣେ ମହିଳା ଙ୍କୁ କିଛି ଦିନ ହେଲା କମେଣ୍ଟ୍ କରୁଥିଲେ , ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଜୟ କୁମାର ସାହୁ । ଏହାକୁ ନେଇ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଦୁହେଁ ଏହି ବାବୁ ଙ୍କୁ ରାସ୍ତାରେ ଦେଖାହୋଇ ପଚରାଉଚରା କରିବା ବେଳେ ବାବୁ ଭଦ୍ରବ୍ୟକ୍ତି ହୋଇ ଖସିଯିବାକୁ ଚେଷ୍ଟା କଲା ବେଳେ ସଂପୃକ୍ତ ମହିଳା ବାବୁ ଙ୍କୁ ଧରି ପକାଇଲେ । ମହିଳା ଙ୍କୁ ଧକ୍କା ମାରିବା ସହିତ ତାଙ୍କ ସ୍ୱାମୀ ଙ୍କୁ ମାଡମାରି ବାବୁ ଚମ୍ପଟ ମାରିବା ବେଳେ ଧରାପଡି ଗଲେ । ବାସ୍ ଏତିକିରେ ଆରମ୍ଭ ହୋଇଗଲା ମାଡ , ମୁହଁକୁ ମୁହଁକୁ ଖୋବି ଦେଇଗଲେ । ରାସ୍ତାରେ ଯାଉଥିବା ଲୋକ ଅଟକି ଘଟଣା ବୁଝିଲେ ଆଉ ତା’ପରେ ପୁଣି ଖୋବିଲେ । ଯିଏ ପାରିଲା ସିଏ ଖୋବିଲା । ଏନେଇ ଦୁଇ ପକ୍ଷର ଅଭିଯୋଗ କୁ ଭିତ୍ତି କରି ଟାଙ୍ଗୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular