spot_img

ସଞ୍ଜୟ ଦତ୍ତ ହେଲେ ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସଡର

ବଲିଉଡ୍‌ ବହୁ ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କୁ ନେଇ ବହୁତ ଥର ଅପରାଧ ମାଲାରେ ଯୋଡା ଯାଇଛି । ହେଲେ ବର୍ତ୍ତମାନ ସେ ତାଙ୍କ ପରିବାର ସହ ସମୟ ଅତିବାହିତ କରୁଛନ୍ତି । କିନ୍ତୁ ନିକଟରେ ଭାଜପା ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ସଞ୍ଜୟ ଦତ୍ତଙ୍କ ବ୍ୟତୀତ ସରକାର ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ତଥା ବ୍ରାଣ୍ଡି ବିଶେଷଜ୍ଞ ରାହୁଲ ମିତ୍ରଙ୍କୁ ବ୍ରାଣ୍ଡ ପରାମର୍ଶଦାତା ଭାବରେ ସାଇନ କରିଛନ୍ତି । ଅରୁଣାଞ୍ଚଳ ପ୍ରଦେଶ ନାମକରଣର ୫୦ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସଞ୍ଜୟ ଦତ୍ତ ଏବଂ ରାହୁଲ ମିତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ବିଧାନସଭା ବାଚସ୍ପତି ପାସଙ୍ଗ ସୋନା ଏହି ଖବରକୁ ଘୋଷଣା କରିଛନ୍ତି । ଅଭିନେତା ସଞ୍ଜୟ ଦତ୍ତ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଖୁସି ପ୍ରକାଶ କରି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular