ସାରା ଦେଶରେ ଗ୍ରାହକଙ୍କୁ ମହଙ୍ଗା ମାଡ ହେଉଥିବାବେଳେ ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀ ସରକାର ସାଧରଣ ଲୋକଙ୍କୁ ପକେଟକୁ ଦୃଷ୍ଟିରେ ରଖି ପେଟ୍ରୋଲ ଦାମ କମ୍ କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଭାଟ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଏକ ଲିଟର ପେଟ୍ରୋଲ ପିଛା ୮ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ୍ ଉପରେ ଲଗାଇଥିବା ଭାଟକୁ ୩୦ ପ୍ରତିଶତ କମ୍ କରିବା ସହ ୧୯.୪୦ ପ୍ରତିଶତ କରିଦେଇଛନ୍ତି । ଏହା ପରେ ଆଜିଠୁ ୮ ଟଙ୍କା ପେଟ୍ରୋଲ ଦାମ କମିଛି । ପେଟ୍ରୋଲର ନୂଆ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0