ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କୁ ଭୋପାଳ କୋର୍ଟ ଜାମିନ ୱାରେଣ୍ଟ ପ୍ରଦାନ କରିଛନ୍ତି। ଅମିଶା ପଟେଲଙ୍କ ବିରୋଧରେ ଏକ ଚେକ୍ ବାଉନ୍ସ ମାମଲା ଚାଲିଛି ଯେଉଁଥିରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ଅମିଶାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅମିଶା ଡିସେମ୍ବର ୪ ରେ ଶୁଣାଣି ପାଇଁ ଭୋପାଳ କୋର୍ଟରେ ହାଜର ହେବେ। ଅମିଶାଙ୍କ ବିରୋଧରେ ଏହି ଅଦାଲତରେ ୩୨.୨୫ ଲକ୍ଷ ଟଙ୍କା ଚେକ୍ ବାଉନ୍ସ ମାମଲା ଚାଲିଛି। UTF ଟେଲିଫିଲ୍ମସ୍ ଲିମିଟେଡ୍ ଅଭିନେତ୍ରୀଙ୍କ ବିରୋଧରେ ଏହି ମାମଲା ଦାୟର କରିଛି। ସେ ଅଭିଯୋଗ କରିଛି ଯେ ଫିଲ୍ମ ନିର୍ମାଣ ପାଇଁ ଅମିଶା ତାଙ୍କଠାରୁ ଟଙ୍କା ନେଇଥିଲେ। ଏହା ବଦଳରେ ସେ ଦେଇଥିବା ଦୁଇଟି ଚେକ୍ ବାଉନ୍ସ ହୋଇଯାଇଛି। ଯଦି ଅମିଶା ଡିସେମ୍ବର ୪ ରେ କୋର୍ଟରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇପାରେ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0