spot_img

ମାର୍କ ଜୁକରବର୍ଗଙ୍କ ନାଁରେ FIR

ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ ପାଇଁ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଗୋଟିଏ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର କନ୍ନୌଜ ଠାରେ ଥିବା ଗୋଟିଏ କୋର୍ଟରେ ଏପରି ମାମଲା ହୋଇଛି। ପିଟିଆଇର ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର କନ୍ନୌଜ ଅନ୍ତର୍ଗତ ସାରାହତି ଗାଁରେ ରହୁଥିବା ଅମିତ କୁମାର ହିଁ ଆପତ୍ତିଜନକ ପୋଷ୍ଟ ବିରୋଧରେ ଏପରି ମାମଲା କରିଛନ୍ତି। ଅମିତ କୁମାର ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫେସବୁକରେ ବୁଆ ବବୁଆ ନାଁରେ ଗୋଟିଏ ପେଜ ଖୋଲା ଯାଇଛି। ଏଥିରେ ଜାଣିଶୁଣି ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ଛବିକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ପେଜ ଜରିଆରେ ଅନେକ ପ୍ରକାରର ଆପତ୍ତିଜନକ ପୋଷ୍ଟ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏଥିରେ ଜୁକରବର୍ଗଙ୍କ ବ୍ୟତୀତ ଆଉ ୪୯ ଜଣଙ୍କ ନାଁ ମଧ୍ୟ ରହିଛି। ସବୁଠାରୁ କୌତହଳର ବିଷୟ ହେଉଛି ଜୁକରବର୍ଗ ନିଜେ ଅଖିଲେଶ ଯାଦବଙ୍କ ନାଁରେ କୌଣସି ପ୍ରକାରର ଆପତ୍ତିଜନକ ପୋଷ୍ଟ କରିନାହାନ୍ତି। କିନ୍ତୁ ଫେସବୁକ ତାଙ୍କ ମାଲିକାନାରେ ଥିବାରୁ ମାମଲାରେ ତାଙ୍କ ନାଁକୁ ସାମିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular