ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ଡେରା ପକାଇ ପ୍ରତିବାଦ କରିଥିବା କୃଷକମାନଙ୍କ ମୃତ୍ୟୁ ସଂକ୍ରାନ୍ତ କୌଣସି ରେକର୍ଡ ସରକାରଙ୍କ ପାଖରେ ନ ଥିବା କଥା ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପାର୍ଲାମେଣ୍ଟ୍କୁ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷେ ଧରି ଚାଲିଥିବା ପ୍ରତିବାଦରେ ପ୍ରାଣ ହରାଇଥିବା କୃଷକମାନଙ୍କ ପରିବାରବର୍ଗଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଦେବେ କି, ନାହିଁ ବୋଲି ବିରୋଧୀମାନେ ପଚାରି ଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ତୋମାର କହିଲେ, ଏ ବିଷୟରେ କୃଷି ମନ୍ତ୍ରାଳୟ ନିକଟରେ କୌଣସି ରେକର୍ଡ ନାହିଁ। ସୁତରାଂ ସେ ପ୍ରଶ୍ନ ଉଠୁନାହିଁ। ୨୦୨୦ ନଭେମ୍ବର ଠାରୁ ବିବାଦୀୟ କୃଷି ଆଇନ ବିରୋଧରେ ସିଂଘୁ, ଟିକ୍ରି ଏବଂ ଗାଜିପୁର ସୀମାନ୍ତରେ ପ୍ରତିବାଦ କରିବା ବେଳେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। ମୁଖ୍ୟତଃ ଖରାପ ପାଗ, ଅସ୍ବାସ୍ଥ୍ୟକର ପରିସ୍ଥିତି ସଂସ୍ପର୍ଶଜନିତ ଅସୁସ୍ଥତା ଏବଂ ଆତ୍ମହତ୍ୟା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0