ବିଧାନସଭା ପରିସରରେ ବିଧାୟକଙ୍କ ଗାଡ଼ି ଅଟକାଇ ଦେଲା ପୋଲିସ। ତାପରେ ବିଧାୟକଙ୍କୁ ସମ୍ଭାଳେ କିଏ। ସିଧା ଗାଡ଼ିରୁ ଓହ୍ଲାଇ ପଡ଼ି ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିପକାଇଛନ୍ତି । ବିଧାୟକ ରାଜ୍ୟର ଶ୍ରମ ମନ୍ତ୍ରୀ ବି ଅଛନ୍ତି । ରାଗରେ ଗର ଗର ହୋଇ ଏସପି, କଲେକ୍ଟର ନା ସରକାର ବଡ଼ ବୋଲି ଉପସ୍ଥିତି ପୋଲିସ କର୍ମଚାରୀଙ୍କୁ ପଚାରିଛନ୍ତି ମନ୍ତ୍ରୀ । ଡିଏମ, ଏସପିଙ୍କ ଗାଡ଼ି ପଳାଉଛି କିନ୍ତୁ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ମତରେ ଅଧିକାରୀଙ୍କଠୁ ମନ୍ତ୍ରୀ ବଡ଼ । ଏପରିକି ବଡ଼ ପଦାଧିକାରୀଙ୍କୁ ନିଲମ୍ବିତ କରିବା ପରେ ହିଁ ସେ ବିଧାନସଭା ଆସିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏଭଳି ଏକ ଦୃଶ୍ୟ ବିହାରର ବିଧାନସଭାରେ ଦେଖିବାକୁ ମିଳିଛି। ରାଜ୍ୟର ଶ୍ରମ ମନ୍ତ୍ରୀ ଜୀବେଶ କୁମାର ମିଶ୍ରାଙ୍କ ଗାଡ଼ିକୁ ଅଟକାଇ ଦିଆଯାଇଛି। ସେ କହିଛନ୍ତି ଯେ ତାଙ୍କ ଗାଡ଼ିକୁ ଅଟକାଇ ଏସପି, କଲେକ୍ଟରଙ୍କ ଗାଡ଼ିକୁ ପାସ ଦିଆଯାଇଛି। ଏହା ପରେ ସେ ଗୃହରେ ତାଙ୍କ ପ୍ରତି କରାଯାଇଥିବା ଅପମାନ ସମ୍ପର୍କରେ କହିଛନ୍ତି। ମୁଁ ସରକାର ମୋ ଗାଡିକୁ ଅଟକାଇଲ କାହିଁକି ?



Visitors Today : 2
Total Visitors : 130168
Total Views : 9891614
Visitors Online Now : 0