ବାଲେଶ୍ଵର ଜିଲ୍ଲା ବସ୍ତାବ୍ଲକ ଅଧିନସ୍ଥ ନଟାକଟା ପଂଚାୟତରେ ଗତକାଲି ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଅଂଚଳରୁ ୧୫ରୁ ଉର୍ଦ୍ଧ୍ବ ହାତୀ ପଲ ଅମର୍ଦ୍ଦାରୋଡ଼ ଷ୍ଟେସନ ନିକଟସ୍ଥ ରେଳ ଲାଇନ ଡେଇଁ ନଟାକଟା ପଂଚାୟତର ପ୍ରଥମେ ସଦାନନ୍ଦ ପୁର ଗାଁ ଓ ପରେ ନରଣପୁର ଚାରିଗାଁ, ବଡଚାରିଗାଁ,ବସନ୍ତପୁରକୁ ପଶିଥିଲେ। ନରଣପୁର ଗ୍ରାମରେ ଆଶୁତୋଷ ରାଉଳ ଓ ରାମହରି ଦାସଙ୍କ ଘର ବାଡ଼ି ଭିତରେ ପଶି ବ୍ୟାପକ କ୍ଷତି କରିଥିଲେ।ଏଥିସହିତ ଏହି ହାତୀପଲ ଧାନ ବିଲ ଭିତରେ ପଶି ଅନେକ ଚାଷ ନଷ୍ଟ କରିଛନ୍ତି। ବାଲେଶ୍ଵର ବନ ବିଭାଗର ଏସୀଏଫ ସୁଶାନ୍ତ ଜେନାଙ୍କ ନେତ୍ରୂତ୍ୟ ରେ ୧୫ଜଣିଆ ଟିମ ଓ ସ୍ଥାନୀୟ ଲୋକେ ମିଶି ହାତୀ ମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରିରଖିଛନ୍ତି। ଏବେ ହାତୀ ଦଳ ସ୍ଥାନୀୟ ବେତ ନାସିଆ ଜଙ୍ଗଲରେ ଅଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0