spot_img

ବର୍ଷକର ଅମଳ ଭାସିଗଲା ପାଣିରେ

ଖୋର୍ଦ୍ଧା ଜିଲ୍ଲା ର,ଚିଲିକା ଓ ବାଣପୁର ବ୍ଲକ୍ ର ହଜାର ହଜାର ହେକ୍ଟର ଚାଷଜମି ରେ ହୋଇଥିବା ଧାନ ଚାଷ ପ୍ରଭାବିତ ହେବା ସହିତ ପନିପରିବା ଫସଲ ନଷ୍ଟ ହେବା ନେଇ ଚାଷୀ ମାନେ ଚିନ୍ତାରେ। ବାତ୍ୟା ପ୍ରଭାବ ଏବଂ ପ୍ରବଳ ବର୍ଷା ରେ ଚାଷୀ ବେହେଲା। । ଵର୍ଷା ହେବା ଫଳରେ ପାଚିଲା ଧାନ କ୍ଷେତ ଉଜୁଡି ଉଜୁଡି ଯାଇଛି । ଡିସେମ୍ବର ମାସ ବେଳକୁ ଚାଷୀମାନେ ଧାନ ଅମଳ କରନ୍ତି । କିନ୍ତୁ ବାତ୍ୟା ଲାଗି ସୁନାର ଫସଲକୁ ଉଜାଡି ଯାଇଛି ଚାଷୀଙ୍କ ମୁଣ୍ଡ ରେ ଚିନ୍ତା ଘାରିଛି । ବାତ୍ୟାରେ ଚାଷୀର ହଜିଯାଇଛି ନିଦ ।ଏଥର ଧାନଚାଷ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲେ । ସମବାୟ ସମିତିର ରୁଣ କିଭଳି ପରିଶୋଧ କରିବେ । ସରକାରୀ ସହାୟତା ପାଇଁ ଚାଷୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular