spot_img

ପଞ୍ଜାବର ୫୦୦ ଚାଷୀଙ୍କୁ ମିଳିଛି କ୍ଷତିପୂରଣ : ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ କୃଷି ଆନ୍ଦୋଳନ ସମୟରେ ଚାଷୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି । ଏହାସହ ସେମାନଙ୍କ ପରିବାରକୁ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । ରାହୁଲ ଗାନ୍ଧି ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ । ଲୋକସଭା ଟେବୁଲରେ ପ୍ରାୟ ୫୦୦ ଚାଷୀଙ୍କ ତାଲିକା ମଧ୍ୟ ରଖିଥିଲେ । ଚାଷୀଙ୍କ ଆନ୍ଦୋଳନ ସମୟରେ ଏମାନେ ପ୍ରାଣ ହରାଇଥିଲେ ବୋଲି ଦାବି କରିଥିଲେ । କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ରାୟ ୭୦୦ ଚାଷୀଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ଚାଷୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ତରଫରୁ ଏକ ଭୁଲ କରାଯାଇଥିବା ସେ ମଧ୍ୟ ସ୍ୱୀକାର କରିଛନ୍ତି । ରାହୁଲ ଗାନ୍ଧି ଲୋକସଭାରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବା ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ଏହି ଆନ୍ଦୋଳନରେ କେତେ ଚାଷୀଙ୍କର ମୃତ୍ୟୁ ହୋଇଛି ? ଏହାର ଜବାବରେ ସେ କହିଛନ୍ତି ଯେ ମୋ ପାଖରେ ଏ ବିଷୟରେ କୌଣସି ତଥ୍ୟ ନାହିଁ । ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି ସରକାରଙ୍କର କୌଣସି ସୂଚନା ନାହିଁ, ତେବେ ତାଲିକା ଆମଠାରୁ ନିଅନ୍ତୁ । ଗୃହରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପୂର୍ଣ୍ଣ ତାଲିକା ମୁଁ ରଖୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular