ହରିୟାଣା ଫରିଦାବାଦର ଏକ ମର୍ମନ୍ଦୁତ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ୩ ଜଣ ମିଶି ଜଣେ ଯୁବକଙ୍କୁ ବାଡ଼ି ଓ ହାତୁଡିରେ ବାଡ଼ଉଚନ୍ତି। ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଉ ଜଣକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛି। ଗିରଫ ଦୁଇ ଅଭିଯୁକ୍ତ ଲଳିତ ଓ ପ୍ରଦୀପ ଚନ୍ଦିଲା ଗାଁର। କାରରେ ଯାଉଥିବା ୩ ଯୁବକ ସେକ୍ଟର-୨୧ ଡି ଅଞ୍ଚଳର ଅନଖୀର ଛକ ପାଖରେ ବାଇକରେ ଯାଉଥିବା ଜଣେ ଯୁବକକୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ତାପରେ ତାଙ୍କୁ ପିଟି ଗୋଡ ଭାଙ୍ଗି ଦେଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଚ ରାସ୍ତାରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ପୁରୁଣା ଶତ୍ରୁତାକୁ ନେଇ ଯୁବକଙ୍କୁ ହମଲା କରାଯାଇଥିବା କୁହାଯାଉଛି। ପୋଲିସ କହିଛି ଯେ ପୀଡିତ ମନୀଷଙ୍କୁ ୨୦୨୦ ରେ ପ୍ରଦୀପଙ୍କ ଭାଇ ଯୋଗେଶ ସହ ଏନଆଇଟି ଥାନା ଅଞ୍ଚଳରେ ମାରପିଟ କରିଥିଲେ। ଏନଆଇଟି ଥାନାରେ ଏନେଇ ମାମଲା ରୁଜ୍ଜୁ ହୋଇଛି। ଏହାର ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ସୋମବାର ଦିନ ମନୀଷଙ୍କୁ ମାରପିଟ କରିଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0