ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୨୦୨୨ର ବିଦେଶ ଗସ୍ତ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଓ କୁଏତରୁ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବରେ ସିଙ୍ଗାପୁର ପରି ମଧ୍ୟପ୍ରାଚ୍ୟରେ ଆବୁଧାବି ବାଣିଜ୍ୟ, ପ୍ରତିରକ୍ଷା, ସାଇବର ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଆଦି କ୍ଷେତ୍ରରେ ସହଯୋଗ ସହିତ ଭାରତର କୂଟନୈତିକ କାର୍ଯ୍ୟକଳାପର କେନ୍ଦ୍ର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ୨୦୨୦ ଏକ୍ସପୋ ପରିଦର୍ଶନରେ ଯିବେ। ହେଲେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ହେଉଛି କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହର ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଥିବାରୁ ଦୁଇ ଏମିରେଟ୍ (ଅମିର-ଶାସିତ ରାଷ୍ଟ୍ର)କୁ ଧନ୍ୟବାଦ ଅର୍ପଣ କରିବା। ୟୁଏଇରେ ପ୍ରାୟ ୪ ନିୟୁତ ଓ କୁଏତରେ ୧ ନିୟୁତରୁ ଅଧିକ ଭାରତୀୟ ରହୁଛନ୍ତି। ସେମାନେ ସେଠାରେ ରହି ନିଜର ଜୀବିକା ନିର୍ବାହ କରିବା ସହ ଭାରତୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରୁଛନ୍ତି। ସମ୍ପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସରକାର କିଛି କହି ନ ଥିଲେ ମଧ୍ୟ ୨୦୨୨ ଜାନୁଆରି ୧ରୁ ୧୦ ତାରିଖ ଭିତରେ ମୋଦୀ ଉକ୍ତ ଦୁଇ ଦେଶ ଗସ୍ତ କରିବାର ସମ୍ଭାବନା ଅଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0