ଦେଶରେ ଓମିକ୍ରନ୍ ମାମଲା ବଢ଼ୁଛି। ଅନ୍ୟ ପ୍ରଜାତି ତୁଳନାରେ କୋଭିଡ୍ ର ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ । ଏମିତି କିଛି ଚେତାବନୀ ଶୁଣାଇଛି ଆଇଏମ୍ ଏ ବା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ଦେଶରେ ଏଯାବତ ୨୩ ଜଣ ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଉପଲବ୍ଧ ହୋଇଥିବା ବୈଜ୍ଞାନିକ ପ୍ରମାଣ ଏବଂ ଓମିକ୍ରନ୍ ଉତ୍ପତ୍ତି ହୋଇଥିବା ରାଷ୍ଟ୍ରରେ ଥିବା ପ୍ରମାଣକୁ ଆଧାର କଲେ ଏହା ଜଣାପଡ଼ୁଛି ଯେ, ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଛି । ଅଧିକରୁ ଅଧିକ ଲୋକଙ୍କୁ ଏହା ପ୍ରଭାବିତ କରିବ।ଭାରତ ଏବେ ସ୍ବାଭାବିକ ସ୍ଥିତିକୁ ଆସିଛି। କିନ୍ତୁ ଓମିକ୍ରନ୍ ପାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଅତି ବିପଜ୍ଜନକ ସ୍ଥିତି ଉପୁଜିବ। ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲ୍ ଟା ତୁଳନାରେ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିଲେ ସଂକ୍ରମଣର ୯୦ ଦିନ ପରେ ପୁନଃ ସଂକ୍ରମଣ ହେବାର ସମ୍ଭାବନା ୩ ଗୁଣା ଅଧିକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0