ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ କରେ, ତେବେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ କଠୋର ଆର୍ଥିକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ସତର୍କ କରାଇ ଥିବା ବେଳେ ପୁଟିନ୍ ମଧ୍ୟ ଦାବି କରିଛନ୍ତି ଯେ, ‘ନାଟୋ’ ଆଉ ପୂର୍ବାଞ୍ଚଳ ଆଡ଼କୁ ଅଗ୍ରସର ହେବନାହିଁ ବୋଲି ‘ଗ୍ୟାରେଣ୍ଟି’ ଦେଉ। ୟୁକ୍ରେନ୍ ଆକ୍ରମଣ ନୁହେଁ ରୁଷ୍ର ପ୍ରତିରକ୍ଷା ପାଇଁ ସୈନ୍ୟ ଏକତ୍ର କରାଯାଇଛି ବୋଲି ଉକ୍ତ ଶିଖର ବୈଠକ ପୂର୍ବରୁ କ୍ରେମ୍ଲିନ୍ କହିଥିଲା। ସେହିପରି, ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ କରେ, ତେବେ ରୁଷ୍ ଏବଂ ତା’ର ବ୍ୟାଙ୍କ୍ ସବୁ କଠୋର କଟକଣାର ସମ୍ମୁଖୀନ ହେବେ ବୋଲି ବାଇଡେନ୍ ପୁଟିନ୍ଙ୍କୁ କହିବେ ବୋଲି ଭିଡିଓ କନ୍ଫରେନ୍ସ୍ ପୂର୍ବରୁ ଆମେରିକୀୟ ସରକାରୀ ଅଧିକାରୀମାନେ କହିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା-ରୁଷ୍ ସମ୍ପର୍କ ଆଧାରିତ‘ ଭିଡିଓ କଲ୍’ରେ ଦୁଇ ନେତା ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବିବାଦ ସମ୍ବନ୍ଧରେ ଦୁଇ ଘଣ୍ଟା ଧରି ‘ଭର୍ଚ୍ୟୁଆଲ୍’ ଆଲୋଚନା କରିଥିଲେ। ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେବ ଅବସାନ ଘଟିଥିବା ‘ଶୀତଳ ଯୁଦ୍ଧ’ ପରଠାରୁ ଉପରୋକ୍ତ ଆଲୋଚନା ଥିଲା ଖୁବ୍ ଉତ୍ତେଜନାପୂର୍ଣ୍ଣ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0