ବିଧାନସଭା ଶୀତକାଳୀନ ଅଧିବେଶନରେ ଥମୁନି ମମିତା ତାତି | ଆଜି ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା। ବିରୋଧୀଙ୍କ ହୋହାଲ୍ଲା ଭିତରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ହୋହାଲ୍ଲା ଓ ନାରାବାଜି କରିଥିଲେ । ଗୃହ ଆରମ୍ଭରୁ ଆଜି ବିରୋଧୀ ମମିତା ପ୍ରସଙ୍ଗକୁ ନେଇ ବିରୋଧ ଜାରି ରଖିଥିଲା । ନବୀନ ନିବାସକୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆସିଥିବାର ଫଟୋ ପୋଷ୍ଟର ଦେଖାଇ ହୋହାଲ୍ଲା କରିଥିଲା । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ବିରୋଧୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0