spot_img

ବ୍ରହ୍ମୋସର ସଫଳ ପରୀକ୍ଷଣ

ବ୍ରହ୍ମୋସର ସଫଳ ଫରୀକ୍ଷଣ । ସୁଖୋଇ-୩୦ MK-1ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ଚାନ୍ଦିପୁର ଘାଟିରୁ ହେଲା ସଫଳ ପରୀକ୍ଷଣ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାର ଭର୍ସନ ବ୍ରହ୍ମୋସ । DRDO ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ଦୁଇ ମାସ ମଧ୍ୟରେ, ଶୌର୍ଯ୍ୟ କ୍ଷେପଣାସ୍ତ୍ର ପ୍ରଣାଳୀ ସମେତ ନୂତନ ତଥା ବିଦ୍ୟମାନ କ୍ଷେପଣାସ୍ତ୍ର ପ୍ରଣାଳୀ ପରୀକ୍ଷା କରିବାରେ DRDO ସଫଳ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ଏହି କ୍ଷେପଣାସ୍ତ୍ରର ଦୂରତା ୭୦୦କିଲୋମିଟରରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଅଟେ । ୨୦୦ କିଲୋଗ୍ରାମରୁ ୧୦୦୦ କିଲୋଗ୍ରାମ ଭାର ବହନ କରିବାକୁ ମଧ୍ୟ ସକ୍ଷମ ଅଟେ । ଏହି କ୍ଷେପଣାସ୍ତ୍ର ହେଉଛି ଭାରତର କେ-୧୩ କ୍ଷେପଣାସ୍ତ୍ରର ଭୂମି ସଂସ୍କରଣ । ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular