ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଶ୍ରୀଲଙ୍କାରୁ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ବା ପବନ ମଧ୍ୟ ଦେଇ ଯାଇଥିଲା ଟ୍ରଫ୍ ଲାଇନ ଏବେ ଶ୍ରୀଲଙ୍କାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରୁଛି। ଏହା ଫଳରେ ଗତ ୨ ଦିନ ହେଲା ରାଜ୍ୟରେ କୋହଲା ପାଗ ଲାଗିରହିଛି। ଗୁରୁବାର ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ରାତ୍ରି ତାପମାତ୍ରାରେ ହ୍ରାସ ଘଟିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗୁରୁବାର ଦିନ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନ ଓ ଢେଙ୍କାନାଳ, କନ୍ଧମାଳ ଏବଂ ରାୟଗଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ୨୦ ମିମି ବର୍ଷା ହୋଇଯାଇଛି। ସେହିଭଳି ଆଜି ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହୋଇପାରେ। ୧୧ ତାରିଖରୁ ପାଗ ପରିବର୍ତ୍ତନ ହେବ। ରାତିର ପାରଦ ଖସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0