spot_img

ଜେନେରାଲ ବିପିନ ରାଓ୍ୱତଙ୍କ ଆଜି ହେବ ଶେଷକୃତ୍ୟ

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ଜେନେରାଲ ବିପିନ ରାଓ୍ୱତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ସିଡିଏସ୍‌ଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ । ଆଜି ଦିଲ୍ଲୀ କରାଜ ମାର୍ଗସ୍ଥିତ ବାସଭବନକୁ ନିଆଯିବ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର । ଗତକାଲି ସଂଧ୍ୟାରେ ତାମିଲନାଡୁରୁ ଦିଲ୍ଲୀରେ ପହଂଚିଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ମର ଶରୀର । ଜେନେରାଲ ବିପିନ ରାୱତଙ୍କ ସହ ଚପର ଦୁର୍ଘଟଣାରେ ମୃତ ଅନ୍ୟ ସମସ୍ତଙ୍କ ପାର୍ଥୀବ ଶରୀର ବି ଦିଲ୍ଲୀ ଅଣାଯାଇଥିଲା । ପାଲମ ଏୟାର ବେସରେ ସମସ୍ତଙ୍କ ମରଶରୀର ପହଞ୍ଚିଥିଲା ।ଏହାପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଜେନରାଲ ରାଓ୍ୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦିନ ୧୧ଟାରୁ ଦିନ ୧୨ଟା ୩୦ ଯାଏଁ ସାଧାରଣ ଲୋକେ ତାଙ୍କ ଶେଷ ଦର୍ଶନ କରିପାରିବେ । ୧୨ଟା ୩୦ରୁ ଗୋଟାଏ ୩୦ ପର୍ଯ୍ୟନ୍ତ ସାମରିକ କ୍ଷେତ୍ରର ଲୋକେ ଶେଷ ଦର୍ଶନ କରିପାରିବେ । ଏହା ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ବ୍ରାର ସ୍କୋୟାରକୁ ଶୋଭାଯାତ୍ରାରେ ଯିବ ତାଙ୍କ ପାର୍ଥିବ ଶରୀର । ରାତି ପ୍ରାୟ ୯ଟା ୧୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular