କଟକ : ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି ।ସୂଚନା ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀ ଗାଧେଇବା କୁ ଯାଇଥିବା ବେଳେ ହଠାତ୍ ଦୁଇଟି କୁମ୍ଭୀର ଦେଖିବାକୁ ପାଇଥିଲେ କୁମ୍ଭୀର ଗୁଡ଼ିକ ବହୁତ୍ ବଡ଼ ହେଇଥିବାରୁ ଲୋକେ ଭୟ ରେ ଆତଙ୍କିତ ହୋଇଯାଇଥିଲେ ଓ ସଂଗେସଂଗେ ବନବିଭାଗକୁ ଖବର ପଠାଇଥିଲେ।କିଛି ସମୟ ପରେ ବନ ବିଭାଗ ର କର୍ମଚାରୀ ପହଞ୍ଚି କୁମ୍ଭୀର ର ଗତି ବିନ୍ଧି ଆକଳନ କରିଥିଲେ।
ବନ ବିଭାଗ କର୍ମଚାରୀ ଙ୍କ ସୂଚନା ମୁତାବକ କିଛିଦିନ ପୂର୍ବେ ଘଡିଆଳ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡରେ ଚାରୋଟି ଘଡ଼ିଆଳ କୁମ୍ଭୀର ଛଡା ହୋଇଥିଲା , ସେଥି ମଧ୍ୟ ରୁ କିଛି ଦିନ ହେଲା ଦୁଇଗୋଟି ଘଡ଼ିଆଳ ଗଣ୍ଡରୁ ମହାନଦୀ କୁ ପଳେଇ ଆସିଥିଲେ ।ତାକୁ ଅନୁସନ୍ଧାନ କରିବାକୁ ବନ ବିଭାଗ ର ଅଧିକାରୀମାନେ ଘଟଣା ସ୍ଥଳ ରେ ଆସି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଡ଼ିଆଳ କୁ କି ପରି ସାତକୋଶିଆ ଗଣ୍ଡ କୁ ଫେରିବେ ତା ଉପରେ ବେଶୀ ଗୁରୁତ୍ଵ ଦେଉଛନ୍ତି। କୁମ୍ଭୀର କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ବେସ୍ ଭିଡ଼ ଜମି ଥିବା ବେଳେ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମହାନଦୀ କୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0