spot_img

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନକିଆ ହିଞ୍ଜିଳିକାଟୁ ଗସ୍ତ କରି ହିଞ୍ଜିଳିକାଟୁ ର ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ ଦର୍ଶନ କରିଥିଲେ ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ ପରେ ହିଞ୍ଜିଳିକାଟୁ ଗସ୍ତ କରି ହିଞ୍ଜିଳିକାଟୁ ରେ ନିର୍ମାଣ କରାଯାଇଥିବା ବିଜୁ ପଟ୍ଟନାୟକ ଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ପରେ ବିଦ୍ୟାଳୟ ରୁପାନ୍ତକରଣ ରେ ସାମିଲ ହୋଇଥିବା ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ପରିଦର୍ଶନ କରିବା ସହିତ କ୍ଲାସରୁମ୍ ରେ ଛାତ୍ରଛାତ୍ରୀ ଙ୍କ ସହିତ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ହିଞ୍ଜିଳିକାଟୁ ବଜାର ର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ନିଜ ନିର୍ବାଚନ ମଣ୍ଡଳୀ କୁ ମୁଖ୍ୟମନ୍ତ୍ରୀ ଙ୍କ ରଏହା ପ୍ରଥମ ଗସ୍ତ ଥିବା ବେଳେ ନିଜର ପ୍ରିୟ ବିଧାୟକ ଙ୍କୁ ଦେଖିବାକୁ ଜନ ଉତ୍ସାହିତ ଥିଲେ ସୁଦ୍ଧା ପ୍ରଶାସନିକ ପ୍ରତିବନ୍ଧକ କାରଣ ରୁ ଅଞ୍ଚଳବାସୀ ବଞ୍ଚିତ ହୋଇଥିଲେ ମାତ୍ରାଧିକ କଟକଣା ଏବଂ ସୁରକ୍ଷା ବ୍ୟବସ୍ଥା ବାଉଁନସ ହୋଇ ଭବିଷ୍ୟତ ରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସାଧାରଣ ରେ ଆଲୋଚନା ହେଇଛି । ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ଗସ୍ତ କୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular