ବିମାନ ଦୁର୍ଘଟଣାରେ ସହିଦ ବୀର ଯବାନ ମାନଙ୍କ ଉଦେଶ୍ୟରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ 12ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହି ଅବସରରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟି, ନୟାଗଡ଼ର ବରପୁତ୍ର ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନ ଓ ସେବା ଉତ୍ସବ ସମିତିର ସ୍ବେଛାସେବୀ କାହ୍ନାଙ୍କ ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ୟୁଥଫର ଆକ୍ସନର ଜିଲ୍ଲା ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ସମଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ସାମିଲ ହୋଇ ଅମର ଆତ୍ମାର ସଦଗତି କାମନା କରିଥିଲେ l



Visitors Today : 1
Total Visitors : 130301
Total Views : 9891804
Visitors Online Now : 0