spot_img

ପ୍ରଧାନଶିକ୍ଷକ କହିଲେ,“ସ୍ମାର୍ଟ ଫୋନ୍ ବ୍ୟବହାର ଜାଣିନଥିବାରୁ ଭୁଲରେ ପଳେଇଛି ଅଶ୍ଳୀଳ ଲିଙ୍କ୍ ”

କଟକ: ମୁଁ ସ୍ମାର୍ଟ ଫୋନର ବ୍ୟବହାର ବିଷେଶ ଭାବେ ଜାଣି ନାହିଁ । ମୋ ପାଖକୁ ଯାହା କଣ୍ଟେଣ୍ଟଣ୍ଟ ଆସେ ମୁଁ ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଏ । ସେଦିନ ଲିଙ୍କ୍ ନଦେଖି ପଠେଇବା ମୋର ବଡ ଭୁଲ ଥିଲା । ଏଥିପାଇଁ ମୁଁ ଦୁଃଖିତ ହେଲେ ଦାୟୀ ନୁହେଁ । ଏପରି ମନ୍ତବ୍ୟ ଦେଇଛନ୍ତି ଅନ୍ଲାଇନ୍ କ୍ଲାସ ଚାଲୁଥିବା ସମୟରେ ଅଶ୍ଳୀଳ ଭିଡ଼ିଓ ପଠାଇ ସାରା ରାଜ୍ୟରେ ଲଜ୍ଜିତ ହୋଇଥିବା କଟକର ପ୍ରଧାନଶିକ୍ଷକ ।

କରୋନା ପ୍ରକୋପରୁ ରକ୍ଷାପାଇବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଶିକ୍ଷକମାନେ ଅନ୍ଲାଇନ୍ କ୍ଲାସର ସହାୟତା ନେଉଛନ୍ତି । ତେବେ ନିକଟରେ କଟକର ଏକ ସରକାରୀ ସ୍କୁଲରେ ଅନ୍ଲାଇନ୍ କ୍ଲାସ ଚାଲିଥିବା ବେଳେ ଏକ ଅଶି୍ଳଳ ଫୋଟ ଗ୍ରୂପରେ ପଡିଥିଲା । ଏହାକୁ ନେଇ ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ତୁମ୍ଭିତୋଫାନ ପରିସ୍ଥିତ ସୃଷ୍ଟି ହୋଇଥିଲା । ପରେ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବର୍ତ୍ତମାନ ଏସଂପର୍କରେ ପ୍ରଧାନ ଶିକ୍ଷକଜଣଙ୍କ ନିଜର ମତାମତ ପ୍ରକାଶ କରିଛନ୍ତି ।

କିନ୍ତୁ ଏହାକୁ ନେଇ ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି । ସ୍କୁଲ ବନ୍ଦ ଥିବାରୁ ପିଲାଙ୍କର ଅନ୍ଲାଇନ୍ କ୍ଲାସ ହେଉଛି । ଏଥି ଯୋଗୁଁ ସେମାନଙ୍କୁ ମୋବାଇଲ ଦବାକୁ ପଡୁଛି । ଏପରି ଅଶ୍ଲିଳ ଲିଙ୍କ୍ ପିଲାଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି । ଅପରପକ୍ଷରେ କଟକ ଡିସିପିଙ୍କ କହିବା ଅନୁଯାୟୀ ଏସଂପର୍କରେ ତଦନ୍ତ ଜାରି ରହିଛି ଏବଂ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular