spot_img

ଟିକଟକକୁ ନେଇ ଟ୍ରମ୍ପଙ୍କ ଚେତାବନୀ

କିଛି ଦିନ ହେବ ଭାରତରେ ଚାଇନାର ଟିକଟକ୍ ଆପ ବନ୍ଦ ହେବା ପରେ ପୁଣି ଚାଇନା ଆପକୁ ନେଇ ଟ୍ରମ୍ପଙ୍କ ଚେତାବନୀ ମିଳିଛି । ସେପ୍ଟେମ୍ବର ସୁଦ୍ଧା ଟିକଟକକୁ ଆମେରିକୀୟ କମ୍ପାନୀ ନ କିଣିଲେ ଆମେରିକାରେ ଏହି ଆପ ବ୍ୟାନ ହେବ । ୩୦ ପ୍ରତିଶତ ବଦଳରେ ଶତ ପ୍ରତିଶତ କମ୍ପାନୀ କିଣିବାକୁ ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱ ଦେଉଥିବା ଜଣାପଡିଛି । “ବାଇଟଡ୍ୟାନ୍ସ କମ୍ପାନୀ” ଠାରୁ ଏହି ଆପ କିଣିବା ନେଇ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ର ମୁଖ୍ୟ ସତ୍ୟ ନଣ୍ଡେଲାଙ୍କ ସହ ଟ୍ରମ୍ପ କଥା ହୋଇଥିବା ସୂଚନା ମଳିଛି । ଭାରତରେ ଟିକଟକ ଆପ ବ୍ୟାନ ହେବା ପରେ ଚୀନ କମ୍ପାନୀ ବହୁ କ୍ଷତି ସହିଥିଲା । ପରେ ପରେ ବିଶ୍ୱର ଅନେକ ଦେଶ ଏହି ଚୀନ ଆପ୍ଲିକେସନକୁ ବ୍ୟାନ କରିବା ପାଇଁ ଘୋଷଣା କରିଛନ୍ତି । ଅନ୍ୟପଟେ ଆମେରିକାରେ ଟିକଟକ ଆପକୁ ବ୍ୟାନ କଲେ ଫେସବୁକ୍, ଟୁଇଟ୍ ଭଳି ଆମେରିକୀୟ କମ୍ପାନୀକୁ ବ୍ୟାନ କରିବାକୁ ଧମକ ଦେଇଛି ଚୀନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular