ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ହଠାତ୍ ତାଙ୍କ ସ୍ୱାମୀ ଚାଲି ଆସିଥିଲେ। ପ୍ରେମିକାର ସ୍ୱାମୀ ଠାରୁ ରକ୍ଷା ପାଇବା ପାଇଁ ଜଣେ ୨୯ ବର୍ଷୀୟ ଯୁବକ ୫ ମହଲା କୋଠାରୁ ତଳକୁ ଡେଇଁ ପଡ଼ିଛନ୍ତି। ଫଳରେ ତାଙ୍କ ଜୀବନ ଯାଇଛି। ରାଜସ୍ଥାନର ଜୟପୁରରେ ଘଟିଥିବା ଏମିତି ଟ୍ରାଜେଡି ଲଭଷ୍ଟୋରୀ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।ପ୍ରାଣ ହରାଇଥିବା ଯୁବକ ଜଣଙ୍କ ନାଁ ମୋହସିନ। ତାଙ୍କ ଘରର ଉତ୍ତର ପ୍ରଦେଶରେ। ସେ ଏଠାରେ ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଲିଭ-ଇନରେ ରହୁଥିଲେ। ଜୟପୁରର ପ୍ରତାପ ନଗର ପୁଲିସ୍ ଷ୍ଟେସନରେ ଥିବା ଗୋଟିଏ ଭଡ଼ା ଘରେ ମୋହଶିନ, ତାଙ୍କ ବିବାହିତ ପ୍ରେମିକା ଓ ପ୍ରେମିକାଙ୍କ ଛୋଟ ଝିଅ ରହୁଥିଲେ।ଦୁଇ ବର୍ଷ ତଳେ ମହିଳା ଜଣଙ୍କ ମୋହଶିନଙ୍କ ସହ ନୈନତାଲରୁ ଫେରାର ହୋଇଯାଇଥିଲେ। ଦୀର୍ଘ ଦୁଇ ବର୍ଷର ଖୋଜାଖୋଜି ପରେ ମହିଳା ଜଣଙ୍କ ଜୟପୁରରେ ରହୁଥିବା ତାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ। ସେ ରବିବାର ମୋହଶିନ ଓ ମହିଳା ଜଣଙ୍କ ରହୁଥିବା ଘରେ ପହଞ୍ଚି ଯାଇଥିଲେ।ପ୍ରେମିକାର ସ୍ୱାମୀଙ୍କୁ ଦେଖି ମୋହଶିନ ପୂରା ବିଚଳିତ ହୋଇପଡ଼ିଥିଲେ। ସେ ଏତେ ଡରି ଯାଇଥିଲେ ଯେ ୫ମ ମହଲାରେ ଥିବା ତାଙ୍କ ଘରର ବାଲକୋନିରୁ ସିଧା ତଳକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମୋହଶିନଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି।ପୁଲିସ୍ କହିଛି ଯେ ମୋହଶିନ ଓ ମହିଳା ଜଣଙ୍କ କିଛି ଦିନ ତଳେ ହିଁ ଏନଆରଇ ସର୍କଲ ସ୍ଥିତ ଫ୍ଲାଟକୁ ଆସିଥିଲେ। ଏହାପୂର୍ବରୁ ସେମାନେ ଅନ୍ୟ ଏକ ଅଞ୍ଚଳରେ ରହୁଥିଲେ। ଘଟଣା ପରେ ମହିଳା ଓ ତାଙ୍କ ସ୍ୱାମୀ ଛୋଟ ଝିଅ ସହ ନିଖୋଜ ହୋଇଯାଇଛନ୍ତି। ମଙ୍ଗଳବାର ବ୍ୟବଚ୍ଛେଦ ପରେ ମୋହଶିନଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0