ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେବାର ବର୍ଷେ ନ ପୂରୁଣୁ ‘ମେଟ୍ରୋମ୍ୟାନ୍’ ଇ. ଶ୍ରୀଧରନ୍ ସକ୍ରିୟ ରାଜନୀତି ଛାଡ଼ି ଦେଇଛନ୍ତି । କେରଳର ମାଲାପ୍ପୁରମ୍ରେ ଆଜ ଏ କଥା ଘୋଷଣା କରି ସେ କହିଛନ୍ତି ଯେ, ଏପ୍ରିଲ୍ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚରେ ପରାସ୍ତ ହୋଇ ସେ ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କେବେ ହେଲେ ରାଜନୀତିଜ୍ଞ ନ ଥିଲି। ସକ୍ରିୟ ରାଜନୀତିରେ ନ ରହିବା ଅର୍ଥ ନୁହେଁ ଯେ, ମୁଁ ରାଜନୀତି ଛାଡ଼ି ଦେଲି । ମତେ ୯୦ ବର୍ଷ। ରାଜନୀତିର ଅତି ଗହନକୁ ପ୍ରବେଶ କରିବା ବିପଜ୍ଜନକ। ସମ୍ପ୍ରତି ରାଜନୀତିରେ ମୋର କୌଣସି ଆଶା ଆକାଙ୍କ୍ଷା ନାହିଁ। ଦେଶ ସେବା କରିବା ପାଇଁ ମୋର ରାଜନୀତି ଲୋଡ଼ା ନାହିଁ। ୩ଟି ଟ୍ରଷ୍ଟ୍ ଜରିଆରେ ମୁଁ ଦେଶ ସେବା କରୁଛି । ପଲକ୍କଡ଼ ବିଧାନସଭା ଆସନ ନିର୍ବାଚନରେ ବିଧାୟକ ଶାଫି ପରମବଳୀଙ୍କ ଠାରୁ ଇ. ଶ୍ରୀଧରନ ୩,୮୫୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0