ଉତ୍ତରାଖଣ୍ଡର ପିଥୋରଗଡ଼ରେ ଉପର କାଳୀ ଗଙ୍ଗା ଉପତ୍ୟକାରେ ଏକ ୫ କିମି ଲମ୍ବ ଗ୍ଲେସିୟର ଅଚାନକ ନିଜ ମାର୍ଗ ବଦଳାଇଛି। କୁଠି ୟାଙ୍କି ଘାଟିରେ ସୁମଜୁର୍କଚାଙ୍କି ନାମକ ଏକ ନିକଟବର୍ତ୍ତୀ ଗ୍ଲେସିୟର ସହିତ ଏହାର ବିଲୟ ହୋଇଯାଇଛି। ହିମାଳୟ ଭୂବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ମନିଷ ମେହେଟା କହିଛନ୍ତି ଯେ ହିମାଳୟର ଗ୍ଲେସିୟର ପ୍ରଥମ ଥର ପାଇଁ ଏଭଳି ଗତି ବଦଳାଇଛି। ଉତ୍ତରାଖଣ୍ଡରେ ପ୍ରାୟ ୧୪୦୦ଟି ଗ୍ଲାସିୟର ଅଛି, ସେଥିରୁ କେତେକ ଉପତ୍ୟକା ଏବଂ ଜନଜାତି ପାଇଁ ବିପଜ୍ଜନକ ଅଟେ। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାୟ ୧୦ ରୁ ଅଧିକ ଗ୍ଲାସିୟର ଉପରେ ନଜର ରଖାଯାଉଛି। ଗଙ୍ଗୋତ୍ରୀ ଗ୍ଲେସିୟର, ଚୋରାବାରି ଗ୍ଲେସିୟର, ଡୁନାଗିରି ଗ୍ଲେସିୟର, ଡୋକ୍ରିଆନି ଗ୍ଲେସିୟର ଏବଂ ପିନ୍ଦାରି ଗ୍ଲେସିୟର ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ଗ୍ଲେସିୟରଗୁଡିକ ଅଚାନକ ବିନାଶକାରୀ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରନ୍ତି ବୋଲି କୁହାଯାଇଛି। ଚଳିତ ବର୍ଷ ଫେବୃଆରୀ ୭ରେ, ଚାମୋଲି ଜିଲ୍ଲାର ଏକ ଗ୍ଲେସିୟର ଫାଟିଯିବା ଦ୍ୱାରା ଅଚାନକ ବନ୍ୟା ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରଳୟଙ୍କରୀ ବନ୍ୟାରେ ୨୦୪ ଜଣଙ୍କର ମୃତ୍ୟୁ ଘଟିଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0