କରୋନାର ପ୍ରକୋପ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ପଡିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ମଧ୍ୟ ମହାମାରୀ କରୋନାରେ ସଂକ୍ରମଣ ହୋଇଚନ୍ତି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍ ଆସିଛି । ସେଥିମଧ୍ୟରୁ ବଡ କଥା ହେଲା ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍ ଅଛନ୍ତି। ଯାହା ପରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡ ବ୍ୟୁଟି ପିଜେଣ୍ଟ ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜ୍ରୁ ସୂଚନା ଦିଆଯାଇଥିଲା ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ପୁଏର୍ତୋ ରିକୋରେ ହେବାକୁ ଥିଲା । ଏନେଇ ଆୟୋଜକମାନେ ଏହା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୯୦ ଦିନ ମଧ୍ୟରେ ପୁଏର୍ତୋ ରିକୋରେ ଏହି ପ୍ରତିଯୋଗିତା ପୁନଃ ଆରମ୍ଭ ହେବ । ମିସ୍ ୱାର୍ଲ୍ଡ ୨୦୨୧ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞ ଏବଂ ପୁଏର୍ତୋ ରିକୋ ସ୍ୱାସ୍ଥ୍ୟ ବିଭାଗର ଏକ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମସ୍ତ ସଂକ୍ରମିତ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ଏହାର ତଦାରଖ କରୁଛନ୍ତି। ୭୦ତମ ମିସ୍ ୱାର୍ଲ୍ଡ ବ୍ୟୁଟି ପେଜେଣ୍ଟ ମାନସା ବାରାଣାସୀ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଲେଙ୍ଗାନାରୁ ଆସିଥିବା ମାନସାଙ୍କୁ ମିସ୍ ଇଣ୍ଡିଆ ୨୦୨୦ ଚୟନ କରାଯାଇଥିଲା। ଏହା ବ୍ୟତୀତ ସେ ମିସ୍ ରାମ୍ପ ୱାକର ଟାଇଟଲ୍ ମଧ୍ୟ ପାଇଥିଲେ । ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁମତି ପାଇଲେ ନିଜ ଦେଶକୁ ଫେରି ପାରିବେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0